Odisha Link
Bridging the Missing Links in Odisha

ଅରୁଣ ଷଡ଼ଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା, ଚାକିରିରୁ ନେଲେ ସ୍ୱେଚ୍ଛାକୃତ ଅବସର

ଓଏଲ୍ ବ୍ୟୁରୋ: ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସ୍ବେଚ୍ଛାକୃତ ଅବସର ପରେ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଚାକିରିର ୧୦ ମାସ ପୂର୍ବରୁ ସ୍ବେଚ୍ଛାକୃତ ଅବସର ପରେ ସମ୍ବର୍ଦ୍ଧନା ଦିଆଯାଉଛି। ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମୀ ପଡ଼ିଆରେ ଅରୁଣ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି।

ସୂଚନା ଅନୁସାରେ, ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଶନିବାର ଅନୁମତି ଦେଇଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କ ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା। ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ସେଥିପାଇଁ ସେ ଭିଆରଏସ ପାଇଁ ଆବେଦନ କରିଥିଲେ।। ପରେ ରାଜ୍ୟ ସରକାର ଏନେଇ ଅନୁମତି ଦେଇଥିଲେ।

Leave A Reply

Your email address will not be published.