Odisha Link
Bridging the Missing Links in Odisha

ବିଜେଡି ପରାଜୟ ପ୍ରସଙ୍ଗ: ବିଜେପି ବିଧାୟକଙ୍କ ବଡ଼ ବୟାନ..

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀ କଂଗ୍ରେସ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ଯ୍ୟ କରୁଛି। ରାଜ୍ୟ କଂଗ୍ରେସ ବିଜେଡି ନିର୍ଦ୍ଦେଶରେ କାର୍ଯ୍ୟ କରୁଛି।

ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ବିଜେଡି, କଂଗ୍ରେସ ଉପରେ ବର୍ଷିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ରାତିରେ କଥା ହୋଇ ବିଧାନସଭାରେ ଉଭୟେ ମିଶିକି ପ୍ରସଙ୍ଗ ଉଠାଉଥିଲେ। ବିଜେଡିର ନୀତି ଆଦର୍ଶ ନାହିଁ, ସ୍ବାର୍ଥ ପାଇଁ ଇଣ୍ଡି ମେଣ୍ଟକୁ ଯାଇପାରନ୍ତି। ହେଲେ ଏସବୁ କିଛି ପ୍ରଭାବ ବିଜେପିରେ ପଡ଼ିବନି, ବିଜେଡି ଖସିଖସି ଯାଉଛି, ଆହୁରି ଖସିବ ବୋଲି ବିଜେପି ବିଧାୟକ କହିଛନ୍ତି।

Leave A Reply

Your email address will not be published.