Odisha Link
Bridging the Missing Links in Odisha

ଦୟା ନଦୀରେ କୁମ୍ଭୀର ଭୟ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ାରେ କୁମ୍ଭୀର ଭୟ ପରେ ପିପିଲିରେ କୁମ୍ବୀର ଭୟ ବଢି ଯାଇଛି। କଣ୍ଟି ବ୍ରିଜ ନିକଟରେ ଏକ କୁମ୍ଭୀର ଦେଖାଦେଇଛି। ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ କୁମ୍ଭୀର ଭୟ ବଢିବା ପରେ ନଦୀକୁ ନଯିବାକୁ ସ୍ଥାନୀୟ ଲୋକଙ୍କୁ ନିବେଦନ କରାଯାଇଛି।

ସୂଚନା ଅନୁସାରେ, ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିଲା। ପରେ ମାର୍ଶାଘାଇ ବ୍ଲକ କସଟିବାଲି ଗାଁ ଲୁଣା ନଦୀ ନିକଟରେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀରର ଆକ୍ରମଣ କରିଥିଲା। ବ୍ୟକ୍ତି ଜଣକ ସତର୍କ ଥିବାରୁ କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ। ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତ୍ତାବରଣ ସୃଷ୍ଟି କରିଛି।

Leave A Reply

Your email address will not be published.