Odisha Link
Bridging the Missing Links in Odisha

ବଦଳିବ ସରକାରୀ କୋଠାର ରଙ୍ଗ, ପୂର୍ତ୍ତ ବିଭାଗ ଜାରି କଲା ଚିଠି

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଜାରି କଲା ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି। ଏଣିକି ବଦଳିବ ସରକାରୀ କୋଠାର ରଙ୍ଗ। ସମସ୍ତ ସରକାରୀ କୋଠାରର ରଙ୍ଗ ସମାନ ରହିବ। କୋଠାର ବାହାର କାନ୍ଥ କମଳା ଓ କୋଠାର ବର୍ଡର ଲାଲ୍‌ ରଙ୍ଗ ରହିବ। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି। ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍‌ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍‌ ଶେଡ୍‌ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ କୋଠାଗୁଡ଼ିକର ମରାମତି ଓ ନବୀକରଣ କାର୍ଯ୍ୟ ବେଳେ ସେଗୁଡ଼ିକର ବାହାର ପଟକୁ ଅରେଞ୍ଜ ଶେଡ୍ ସହିତ ରେଡ୍ ଶେଡ୍ ବର୍ଡର ଦେଇ ରଙ୍ଗ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଥାଉକି, ସପ୍ତାହକ ତଳେ ଗଣଶିକ୍ଷା ବିଭାଗ ନବମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ପରିବର୍ତ୍ତନ କରିଥିଲେ।

Leave A Reply

Your email address will not be published.