Odisha Link
Bridging the Missing Links in Odisha

ସୁଭଦ୍ରା ଯୋଜନା: ଆଜି ହିତାଧିକାରୀଙ୍କୁ ମିଳିବ ଟଙ୍କା

ଓଏଲ୍ ବ୍ୟୁରୋ: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ଆଜି ଆସିବ ୧ ଟଙ୍କା। ଆଜି ୧ ଟଙ୍କା ଆସିବାର ଅଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ‘ସୁଭଦ୍ରା’ ଟଙ୍କା। ଆଜି ସୁଦ୍ଧା ବୋଧେ ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ। ଆଜି ସୁଦ୍ଧା ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି। ତେବେ ପରୀକ୍ଷା ମୂଳକ ଭାବେ ଆଜିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି।

ସୂଚନା ଅନୁସାରେ, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ। ପ୍ରଥମ କିସ୍ତି ପାଇନଥିବା ସୁଭଦ୍ରା ହିତାଧୀକାରୀଙ୍କୁ ୯ ତାରିଖରେ ମିଳିବ ପ୍ରଥମ କିସ୍ତି। ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ଉତ୍ସବରେ କିସ୍ତି ଅର୍ଥ ପ୍ରଦାନ କରିବେ। ତା ପୂର୍ବରୁ ହିତାଧୀକାରୀଙ୍କ ଆକାଉଣ୍ଟକୁ ପରୀକ୍ଷା ମୂଳକ ଭାବେ ଟଙ୍କାଏ ଲେଖାଏଁ ପଠାଯିବ। ତାପରେ ୯ ତାରିଖରେ ଆସିବ ବାକି ୪ ହଜାର ୯ ଶହ ୯୯ ଟଙ୍କା। ପାଖାପାଖି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମିଳିବ।

Leave A Reply

Your email address will not be published.