Odisha Link
Bridging the Missing Links in Odisha

ପାର୍ବଣରେ ଉପରମୁହାଁ ପରିବା ଦର, ଶହେ ଛୁଇଁଲା ଟମାଟୋ

ଓଏଲ୍ ବ୍ୟୁରୋ: ପାର୍ବଣରେ ସମୟରେ ସାରା ରାଜ୍ୟ ଚଳଚଂଚଳ ହୋଇଥିବାବେଳେ ନବରାତ୍ରି ପୂଜାରେ ଶତାଧିକ ବିଭୋର। ଏସବୁ ଭିତରେ ପରିବା ଦର ପରିବା ବଜାରରେ ନିଆଁ ଲାଗିଛି। ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି। ଟମାଟୋ ଦର ୧୦୦ଟଙ୍କା ହୋଇଥିବାବେଳେ ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି। କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଦର ମଧ୍ୟ ବଢ଼ିବାରେ ଲାଗିଛି।  ଏକ ମାସ ଧରି ପନି ପରିବା ଦର ବଢ଼ି ରହିଛି। ଚାରି ପାଞ୍ଚ ଦିନ ତଳେ ଟମାଟୋ କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିବାବେଳେ ହଠାତ ତାହା ବୃଦ୍ଧି ପାଇଁ ୧୦୦ ଟଙ୍କାରେ ପହଞ୍ଚିଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.