Odisha Link
Bridging the Missing Links in Odisha

୧୩ଟି ଥାନାରେ ନାହିଁ ସିସିଟିଭି, ୧୫ ଦିନ ସମୟ ନେଲେ ଏଡିଜି

ଓଏଲ୍‌ ବ୍ୟୁରୋ: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ମାମଲାକୁ ନେଇ ହାଇକୋର୍ଟ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଥାନାବାବୁଙ୍କ ପାଇଁ ଏସଓପି ଅଣାଯାଉ। ସ୍ୱତନ୍ତ୍ର ନିୟମ ଅନୁସାରେ ଥାନାବାବୁ ମାନେ କାର୍ଯ୍ୟ କରନ୍ତୁ। ସେନା କର୍ମଚାରୀଙ୍କୁ ଥାନାରେ ଥାନା ବାବୁ ମାନେ କିଭଳି ବ୍ୟବହାର କରିବେ ଏସଓପି ଅଣାଯାଉ।

ଅନ୍ୟପଟେ, ୧୩ଟି ଥାନାରେ ସିସିଟିଭି ନାହିଁ ବୋଲି ଏଡିଜି ଦୟାଲ ଗଙ୍ଗୱାର୍ କହିଛନ୍ତି। ସେ କହିଛନ୍ତି, ୧୫ ଦିନରେ ୧୩ଟି ଥାନାରେ ସିସିଟିଭି ଲଗାଯିବ। ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ ଏସ୍‌ପି ଅଫିସରେ ରହିବ। ଏହାଦ୍ବାରା ଏସ୍‌ପି ନିଜେ ସବୁ ଥାନାର ସ୍ଥିତି ଦେଖିପାରିବେ। ସେନା ଅଧିକାରୀଙ୍କୁ ଥାନାରେ ପୁଲିସ ବ୍ୟବହାର ନେଇ ଏସଓପି ଜାରି ହେବ। ତେବେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏଡିଜି ଉତ୍ତର ରଖିଛନ୍ତି।

ସୂଚନା ଅନୁସାରେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୨୧ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ମରା ଭଳି ଘଟଣା ଘଟିଲା, ଏହିସବୁ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି।

Leave A Reply

Your email address will not be published.