Odisha Link
Bridging the Missing Links in Odisha

ହରିୟାଣା ଜନମତ: ଆଗରେ ବିଜେପି, ପଛରେ ପଡ଼ିଲା କଂଗ୍ରେସ

ଓଏଲ୍‌ ବ୍ୟୁରୋ: ହରିୟାଣା ନିର୍ବାଚନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି। ପ୍ରଥମରୁ କଂଗ୍ରେସ ଆଗରେ ରହିଥିବାବେଳେ ବର୍ତ୍ତମାନ ବିଜେପି ଆଗରେ ରହିଛି। ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।

ଉଲ୍ଲେଖ‌ଯୋଗ୍ୟ ଯେ, ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।।

Leave A Reply

Your email address will not be published.