Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ସୁଯୋଗ ହରାଇଲେ କଣ୍ଟାବାଞ୍ଜି ବିଧାୟକ

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ଏସବୁ ଭିତରେ କଣ୍ଟାବାଞ୍ଜି ବିଧାନସଭା ଆସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ କରିଥିବା ନୋଟିସର ସେ ଉତ୍ତର ରଖିନାହାନ୍ତି। ୩ଥର ନୋଟିସ ପରେ ବି ସେ ନୋଟିସ ଗ୍ରହଣ କରିନଥିବା ସହ ଉତ୍ତର ରଖିନାହାନ୍ତି। ତେବେ ନଭେମ୍ବର ୧୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଭାଜପାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିଲେ। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ଗିରିରାଜ ସିଂ ମାଝୀ ନାମକ ଜଣେ ଭୋଟର ବିଜୟୀ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟରେ ଦାଏର କରିଥିଲେ। ଏହା ପରେ ହାଇକୋର୍ଟଙ୍କ ୩ଥର ନୋଟିସ ସତ୍ତ୍ୱେ ବିଧାୟକ ଉତ୍ତର ରଖିନାହାନ୍ତି।

Leave A Reply

Your email address will not be published.