Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ମଉଳିଲା ବିଜେପିର ଆଶା, ଏନ୍‌ସି ଓ କଂଗ୍ରେସ ମେଣ୍ଟ ସପକ୍ଷରେ ଜନାଦେଶ

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ମତଦାନ ହୋଇଥିଲା। ଆଉ ତାର ଫଳାଫଳ ଆଜି ପ୍ରକାଶ ପାଉଛି। ଜମ୍ମୁ-କଶ୍ମୀରର ୯୦ ସିଟ୍‌ ଆସନ ମଧ୍ୟରୁ ୪୨ଟି ଆସନରେ ଜମ୍ମୁ-କଶ୍ମୀର ନେଶନାଲ କନଫରେନ୍ସ ବାଜି ମାରିଥିବାବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି। ବିଜେପି ୨୯ଟି ଆସନରେ ବାଜି ମାରିଛି।

ସେହିଭଳି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ଏକ ପ୍ରକାର ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ। ହରିୟାଣା ନିର୍ବାଚନ ଫଳାଫଳ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ୯୦ ଆସନରୁ ୪୯ ଆସନରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ୯୦ ଆସନରୁ ୪୦ ଆସନରେ ବିଜେପି ବାଜି ମାରିଥିବାବେଳେ ୩୧ ଆସନ ହାତେଇଛି କଂଗ୍ରେସ।

ଅନ୍ୟପଟେ, ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି। ଜମ୍ମୁ କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବଡ଼ କଥା କହିଛନ୍ତି ଜେକେଏନ୍‌ସିର ମୁଖ୍ୟ ଫାରକୁ ଅବଦୁଲ୍ଲା। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରର ଆଗାମୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବେ।

Leave A Reply

Your email address will not be published.