ହରିୟାଣା ଜନମତ: ଲଡୱାରୁ ଜିତିଲେ ମୁଖ୍ୟମନ୍ତ୍ରୀ ନାୟବ ସିଂହ
ଓଏଲ୍ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜମ୍ମୁ-କଶ୍ମୀର ଓ ହରିୟାଣା ନିର୍ବାଚନର ଫଳାଫଳ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ବିଜେପି ଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ସେହିଭଳି ହରିୟାଣା ପ୍ରଥମରୁ କଂଗ୍ରେସ ଆଗରେ ରହିଥିବାବେଳେ ବର୍ତ୍ତମାନ ବିଜେପି ଆଗରେ ରହିଛି। ତେବେ ହରିୟାଣାର ଚର୍ଚ୍ଚିତ ଆସନ ଲଡୱାରୁ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟୀ ହୋଇଛନ୍ତି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ହରିୟାଣା ମ୍ୟାଜିକ୍ ନମ୍ବର ପାର କରିଛି।
ଧାରା ୩୭୦ ଉଚ୍ଛେଦ ହେବାପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି। କଂଗ୍ରେସ ପ୍ରାର୍ଥୀ ମେୱା ସିଂଙ୍କୁ ପରାସ୍ତ କରି ମୁଖ୍ୟମନ୍ତ୍ରୀ ନାୟବ ସିଂହ ବାଜି ମାରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଜେପି ୪୯ ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ତେବେ ବିଜେପି ଏକ ପ୍ରକାର ବିଜୟୀ ହୋଇଥିବା ବେଳେ ନାଏବ ସିଂହ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ ବୋଲି କୁହାଯାଇଛି।