ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ ନୋବେଲ୍
ଓଏଲ୍ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ ମିଳିବ ନୋବେଲ୍ ପୁରସ୍କାର। ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ।
ସେହିଭଳି ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ସଫଳତା ପାଇଛନ୍ତି ୨ ବୈଜ୍ଞାନିକ। ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇବେ।