Odisha Link
Bridging the Missing Links in Odisha

ଅଲିମ୍ପିକ୍ସରୁ ବିଦା ହୋଇଥିଲେ, ରାଜନୀତିରେ ବାଜି ମାରିଲେ ଭିନେଶ

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜମ୍ମୁ-କଶ୍ମୀର ଓ ହରିୟାଣା ନିର୍ବାଚନ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ବିଜେପି ଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ସେହିଭଳି ହରିୟାଣା ପ୍ରଥମରୁ କଂଗ୍ରେସ ଆଗରେ ରହିଥିବାବେଳେ ବର୍ତ୍ତମାନ ବିଜେପି ଆଗରେ ରହିଛି। ତେବେ ହରିୟାଣାର ଚର୍ଚ୍ଚିତ ଆସନ ଜୁଲାନାର ଫଳାଫଳକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଭିନେଶ ଫୋଗାଟ୍ ବାଜି ମାରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟ ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ୬୦୧୫ ଭୋଟରେ ହରାଇ ବାଜି ମାରିଛନ୍ତି। ଅଲିମ୍ପିକ୍ସରୁ ବିଦା ହୋଇଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ବିଜୟ ବିଜେପିକୁ ଏକ ପ୍ରକାର ଝଟକା ଦେଇଛି।

ସୂଚନା ଅନୁସାରେ, ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ସେହିଭଳି ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ହରିୟାଣାରେ ବିଜେପି ଆଗରେ ରହିଛି। ଜମ୍ମୁ-କଶ୍ମୀରରେ ବିଜେପି ପଛୁଆ ରହିଛି। ମୋଦି ମ୍ୟାଜିକକୁ ନେଇ ବିଜେପି ନିର୍ବାଚନୀ ଫଳାଫଳକୁ ଅପେକ୍ଷା କରିଛି। ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ସ୍ପଷ୍ଟ ହେବ, କେଉଁ ଦଳକୁ ଜନସମର୍ଥନ ଅଧିକ ମିଳୁଛି।

Leave A Reply

Your email address will not be published.