Odisha Link
Bridging the Missing Links in Odisha

ଏନ୍‌ଏସି ଅଧ୍ୟକ୍ଷାଙ୍କୁ ଅଦାଲତି ଝଟକା, ଖାରଜ ହେଲା ଅଧ୍ୟକ୍ଷାଙ୍କ ଆବେଦନ

ଓଏଲ୍‌ ବ୍ୟୁରୋ: ଏନ୍‌ଏସି ଅଧ୍ୟକ୍ଷାଙ୍କୁ ଅଦାଲତି ଝଟକା। ପୁରୁଷୋତ୍ତମପୁର ଅଧ୍ୟକ୍ଷା ବିରୋଧରେ ଆସିଥିବା ଅନାସ୍ଥା ଭୋଟକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଅନାସ୍ଥା ଭୋଟ ରେଜଲ୍ଟ ପ୍ରକାଶ ପାଇଁ ରହିତାଦେଶ ହଟାଇଲେ ହାଇକୋର୍ଟ। ଅଧ୍ୟକ୍ଷାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିବାବେଳେ ରେଜଲ୍ଟ ପ୍ରକାଶ ପାଇବ।

ସୂଚନା ଅନୁସାରେ, ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଉପାଧ୍ୟକ୍ଷ ଓ କାଉନସିଲର। ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ୧୦ କାଉନସିଲର୍‌ ଭୋଟ୍ ଦେଇଛନ୍ତି। ଅନାସ୍ଥା ଭୋଟ ଗ୍ରହଣରେ ଅନୁପସ୍ଥିତ ରହିଥିଲେ ୩ କାଉନସିଲର। ତେବେ ଏହା ପରେ ଅଧ୍ୟକ୍ଷା ହାଇକୋର୍ଟରେ ଅପିଲ କରିଥିଲେ।

Leave A Reply

Your email address will not be published.