Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର: ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ

ଓଏଲ୍‌ ବ୍ୟୁରୋ: ଗତକାଲି ଜମ୍ମୁ-କଶ୍ମୀରରେ ନିର୍ବାଚନ ଫଳାଫଳ ଘୋଷଣା ଭିତରେ ଆତଙ୍କ ଖେଳାଇଲେ ଆତଙ୍କୀ। ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ। ଅନନ୍ତନାଗ ଜଙ୍ଗଲରେ ଯବାନଙ୍କୁ ଅପହରଣ କରିନେଇଥିଲେ ଆତଙ୍କୀ। ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସି ଥିବା ବେଳେ ଅନ୍ୟଜଣେ ନିଖୋଜ ଥିଲେ। ଖବରପାଇ ସର୍ଚ୍ଚ ଅପରେଶନ କରିବା ପରେ ଆଜି ଜଙ୍ଗଲରୁ ଅପହୃତ ଯବାନଙ୍କ ମୃତଦେହ ମିଳିଛି।

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ଅନୁଷ୍ଠିତ ହୋଇଛି ବିଧାନସଭା ନିର୍ବାଚନ। ଗତକାଲି ଭୋଟ ଗଣତି ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ। ଭାରତୀୟ ସେନାର ଦୁଇ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କୀ। ସେମାନଙ୍କ ମଧ୍ୟରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଖବର ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.