Odisha Link
Bridging the Missing Links in Odisha

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ପୁଷ୍ଟିସାର ବା ପ୍ରୋଟିନ୍‌ର ଗଠନ ଓ ଗଣନା ପାଇଁ ଡେଭିଡ ବେକର, ଡେମିସ ହାସାବିସ, ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି।

ଗଣନା ଓ କୃତ୍ରିମ ବୁଦ୍ଧିମତ୍ତାର ସହାୟତାରେ ତଥ୍ୟ ଉନ୍ମୋଚନ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବ। ଆଣ୍ଟିବାୟୋଟିକ ପ୍ରତିରୋଧକୁ ରୋକିବାର ବାଟ ସଫା ହୋଇଛି। ହାସାବିସ ଓ ଜମ୍ପର ଉଦ୍ଭାବନ କରିଛନ୍ତି AI ମଡେଲ ଆଲ୍‌ଫାଫୋଲ୍ଡ। ମଡେଲ ସାହାଯ୍ୟରେ ଜଣାପଡ଼ିଲା ପ୍ରୋଟିନ୍‌ର ଗଠନ ପ୍ରଣାଳୀ। ପ୍ରୋଟିନର ଗଠନ ପ୍ରଣାଳୀ ୫୦ ବର୍ଷ ହେଲା ଜଣାପଡି ନଥିଲା।

Leave A Reply

Your email address will not be published.