Odisha Link
Bridging the Missing Links in Odisha

ଲଗାତାର ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ ନହେବାରୁ ଇଏମଆଇ ମଧ୍ୟ ବୃଦ୍ଧି ପାଇବନି ବୋଲି ସୂଚନା ମିଳିଛି। ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି।

ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏହା ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ।

Leave A Reply

Your email address will not be published.