ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ

ଓଏଲ୍ ବ୍ୟୁରୋ: ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଅଧ୍ୟକ୍ଷ ନିଯୁକ୍ତ। ରତନ ଟାଟାଙ୍କ ପରେ ଟାଟା ଟ୍ରଷ୍ଟକୁ ମିଳିଲା ନୂଆ ଚେୟାରମ୍ୟାନ୍। ୬୭ ବର୍ଷିୟ ନୋଏଲ୍ ଟାଟା ରତନ ଟାଟାର ଅଧା ଭାଇ ଏବଂ ଟାଟା ଟ୍ରଷ୍ଟ ସହିତ ଅନେକ ବର୍ଷ ଧରି ଟାଟା ଗ୍ରୁପ୍ ସହିତ ଜଡିତ ଥିଲେ। ସେ ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ। ସେ ପୂର୍ବରୁ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ବୋର୍ଡରେ ଜଣେ ଟ୍ରଷ୍ଟି ଅଟନ୍ତି। ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନୋଏଲ ଟାଟାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।