Odisha Link
Bridging the Missing Links in Odisha

ସରିଲା ନବଦିନାତ୍ମକ ଲୀଳା, ଆଜି ଧରାପୃଷ୍ଠରୁ ମେଲାଣି ନେବେ ମାଆ ଦୁର୍ଗା

ଓଏଲ୍‌ ବ୍ୟୁରୋ: ମାଆଙ୍କ ନବଦିନାତ୍ମକ ଲୀଳା ଶେଷ ହୋଇଛି। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା। ଭସାଣ ଉତ୍ସବ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଆଙ୍କ ମେଲାଣି ଦେବା ପାଇଁ ପାଇଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱର ୩ଟି ଭସାଣ କମିଟି ରହିଛି ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ କରାଯାଇଛି। ଭସାଣ ଉତ୍ସବ ବେଳେ ଟ୍ରାଫିକ ବ୍ୟବସ୍ଥା ଯେପରି ବ୍ୟାହତ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ୩ ଜଣ ଅତିରିକ୍ତ ଡିସିପି ଭସାଣ ଦାୟିତ୍ୱରେ ରହିଛନ୍ତି। ଭସାଣ ସମୟରେ ବିଭିନ୍ନ ମେଢ ସହ ଯାଉଥିବା ଡିଜେ ମ୍ୟୁଜି୍କର ଶବ୍ଦ ୬୫ ଡେସିବେଲରୁ ଅଧିକ ହେବ ନାହିଁ ବୋଲି କଡା ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୁଲିସ। ଭୁବନେଶ୍ବରରେ ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି ।

Leave A Reply

Your email address will not be published.