କାଲି ଖୋଲିବ ଦେଶର ସବୁଠୁ ବଡ଼ ଆଇପିଓ, ଟଙ୍କା ଲଗାଇବା ପୂର୍ବରୁ ଜାଣନ୍ତୁ ସବିଶେଷ ତଥ୍ୟ
ଓଏଲ୍ ବ୍ୟୁରୋ: ଦେଶର ବଡ଼ କାର ନିର୍ମାତା କମ୍ପାନୀ ମଧ୍ୟରୁ ଗୋଟିଏ ହେଉଛି ହୁଣ୍ଡାଇ ମୋଟର ଇଣ୍ଡିଆ। ଏବେ ହୁଣ୍ଡାଇ ମୋଟର ଇଣ୍ଡିଆ ଆଇପିଓ ବଜାରରେ ପ୍ରବେଶ କରିଛି। ଅକ୍ଟୋବର ୧୫ ତାରିଖରୁ ନିବେଶକଙ୍କ ପାଇଁ ହୁଣ୍ଡାଇ ମୋଟର ଇଣ୍ଡିଆ ଆଇପିଓ ଖୋଲିବାକୁ ଯାଉଛି। ଏହି ଆଇପିଓ ଜରିଆରେ କମ୍ପାନୀ ୨୭,୮୭୦ କୋଟି ଟଙ୍କା ଯୋଗାଡ଼ କରିବା ଲକ୍ଷ୍ୟ ରଖିଛି। ଏହି ଆଇପିଓ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ଆଇପିଓ ହେବ। ଏହାପୂର୍ବରୁ ୨୦୨୨ ମସିହାରେ ୨୧ ହଜାର କୋଟି ଟଙ୍କାର ଆଇପିଓ ଆଣିିଥିଲା ଏଲ୍ଆଇସି। ଯାହା ଦେଶଣ ସବୁଠୁ ବଡ଼ ଆଇପିଓ ଥିଲା।
କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ହୁଣ୍ଡାଇର ଆଇପିଓ ଅକ୍ଟୋବର ୧୫ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ରିଟେଲର ନିବେଶକଙ୍କ ପାଇଁ ଖୋଲା ରହିବ। ଏହାର ପ୍ରାଇସ୍ ବେସ୍ ୧୮୬୫ ଟଙ୍କାରୁ ଆରମ୍ଭ କରି ୧୯୬୦ ଟଙ୍କା ପ୍ରତି ସେୟାର ରହିବ। ହୁଣ୍ଡାଇ ମୋଟର ଇଣ୍ଡିଆର ଏକ ଲଟରେ ୭ଟି ସେୟାର ରହିବ।
ମାରୁତି ସୁଜୁକି ଇଣ୍ଡିଆ ପରେ ଭାରତରେ ସବୁଠୁ ବଡ଼ କାର କମ୍ପାନୀ ହେଲା ହୁଣ୍ଡାଇ ମୋଟର ଇଣ୍ଡିଆ। ୨୦୨୪ ଜୁନ୍ ମାସରେ କମ୍ପାନୀର ମାର୍କେଟ ସେୟାର ୨୪ ପ୍ରତିଶତ ଥିଲା। ବିଗତ ବର୍ଷ କମ୍ପାନୀ ୭.୭୭ ଲକ୍ଷ ଗାଡ଼ି ବିକ୍ରି କରିଥିଲା। ସେ ମଧ୍ୟରୁ ୨୧ ପ୍ରତିଶତ କାର ଆଫ୍ରିକା, ମଧ୍ୟ ପୂର୍ବ, ୟୁରୋପ ଓ ଲୋଟିନ ଆମେରିକା ଭଳି ଦେଶରେ ବିକ୍ରି କରିଥିଲା କମ୍ପାନୀ।
ବର୍ତ୍ତମାନ ସୁଦ୍ଧ କମ୍ପାନୀ ପାଖରେ ଦେଶରେ ୧୩୭୭ଟି ଆଉଟଲେଟସ୍ ଥିବାବେଳେ ୧୫୬୧ ସର୍ଭିସ୍ ଆଉଟଲେଟସ୍ ରହିଛି। ୨୦୨୩-୨୪ ବର୍ଷରେ କମ୍ପାନୀ ୬୯,୮୨୯ କୋଟି ଟଙ୍କା ଆୟ କରିଥିଲା। ଯାହାଫଳରେ ବର୍ଷକରେ କମ୍ପାନୀ ୬,୦୬୦ କୋଟି ଟଙ୍କା ଲାଭ ପାଇଥିଲା। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀ ୧୭,୩୪୪ କୋଟ ଟଙ୍କା ଆୟ କରିଛି। ସେଥିରୁ କମ୍ପାନୀ ୧୪୮୯ କୋଟି ଟଙ୍କା ଲାଭ ହାସଲ କରିଛି। ବର୍ତ୍ତମାନ ହୁଣ୍ଡାଇ କମ୍ପାନୀର ମାର୍ଜିନ ୧୩.୫ ପ୍ରତିଶତ ରହିଛି। ଯାହା ବିଗତ ବର୍ଷରେ ୧୩.୧ ପ୍ରତିଶତ ରହିଥିଲା।