ବିଜେଡି ଛାଡ଼ିଲେ ଅମର ଶତପଥୀ, ଲେନିନ୍ ମହାନ୍ତି କରିଥିଲେ ଟାର୍ଗେଟ
ଓଏଲ୍ ବ୍ୟୁରୋ: କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଲେନିନ୍ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିରେ ଲାଗିଲା ବିରାମ। ଦଳରେ ଯଦି ଅମର ଶତପଥୀ ଶ୍ବାସରୁଦ୍ଧ ହୋଇଯାଉଛନ୍ତି ତେବେ ଛାଡ଼ି ଚାଲିଯାଆନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ। ତାର କିଛି ସମୟ ପରେ ବିଜେଡିରେ ନଥିବା କହିଛନ୍ତି ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।
ଗଣମାଧ୍ୟମକୁ ଅମର ଶତପଥୀ କହିଛନ୍ତି, ଦିନ ଥିଲା ମୁଁ ବିଜେଡିରେ ଟିକେଟ୍ ବାଣ୍ଟୁଥିଲି। ଏବେ କିନ୍ତୁ କିଛିଦିନ ହେଲା ସକ୍ରିୟ ରାଜନୀତିରୁ ନିବୃତ ରହିଛି। ବର୍ତ୍ତମାନ ଆଉ ବିଜେଡିରେ ନାହିଁ। ଏବେ ସ୍ବାଧୀନ ବୋଲି କହିଛନ୍ତି ଅମର ଶତପଥୀ। ସଭ୍ୟ ସଂଗ୍ରହ ଅଭିଯାନରେ ସଭ୍ୟପଦ ନବୀକରଣ କରିନି। ଏବେ ଆଉ ବିଜେଡିର ସଦସ୍ୟ ନାହିଁ।
ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ ଯେ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ। ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି। ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି। ବିଜେଡି ତାଙ୍କୁ ପରିଚୟ ଦେଇଛି,ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି। ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି ଅମର ଶତପଥୀ।