Odisha Link
Bridging the Missing Links in Odisha

ସଂଶୋଧନ ହୋଇପାରେ ରେରା ଆଇନ, ବଡ଼ ବୟାନ ଦେଲେ ରାଜସ୍ୱ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜମି କିଣାବିକାକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସୁଥିବାବେଳେ ରାଜସ୍ବ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ସମ୍ବଲପୁରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରେରା ଆଇନରେ ସଂଶୋଧନ ଆବଶ୍ୟକ ହେଉଛି। ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି। ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ। ଆଲୋଚନା ପାଇଁ ଆମେ ନଗର ଉନ୍ନୟନ ବିଭାଗକୁ ଡାକିଛୁ। ଆଇନରେ କଣ ସଂଶୋଧନ ଆବଶ୍ୟକ। ମୋ ବିଭାଗ କଥା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଜମି କିଣାବିକା ଦଲାଲ ମାନଙ୍କୁ କଡ଼ା ଚେତାବନୀ ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ। ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ। ମନ୍ଦ ଉଦ୍ଦେଶ୍ୟ ରଖି ଅବହେଳା କରିବା ଓ ଏହାର ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକଙ୍କୁ ରାଜସ୍ୱ ସେବା ଦେବାରେ ଅବହେଳା କଲେ କାର୍ୟ୍ୟାନୁଷ୍ଠାନ ନେବାକୁ ରାଜସ୍ୱ ମନ୍ତ୍ରୀ ଚେତାବନୀ ଦେଇଛନ୍ତି।