Odisha Link
Bridging the Missing Links in Odisha

ନୋବେଲ ପୁରସ୍କାର ୨୦୨୪: ଅର୍ଥନୀତିରେ ୩ ଜଣ ହେବେ ସମ୍ମାନିତ

 

ଓଏଲ୍‌ ବ୍ୟୁରୋ: ଅର୍ଥନୀତି ବିଭାଗ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଅର୍ଥନୀତି ପାଇଁ ନୋବେଲ୍‌ ପୁରସ୍କାର ପାଇବେ ୩ ଜଣ ଅର୍ଥଶାସ୍ତ୍ରୀ। ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।

ଡାରୋନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନ୍‌ଙ୍କୁ ଅର୍ଥନୀତିରେ ମିଳିବ ନୋବେଲ୍‌। ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍‌ ପୁରସ୍କାର।

Leave A Reply

Your email address will not be published.