Odisha Link
Bridging the Missing Links in Odisha

୧୮ ଘଣ୍ଟା ପରେ ବି ମିଳୁନି ନିଖୋଜ ଯୁବକଙ୍କ ପତ୍ତା, ପୁଣି ସର୍ଚ୍ଚ ଅପରେସନ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଇବ ନଦୀରେ ବୁଡ଼ି ଯୁବକ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ତଳସରା ଅନ୍ତର୍ଗତ ବାଲିଶଙ୍କରା ଘୋଘର ନିକଟରେ ରବିବାର ଏହି ଅଘଟଣ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳିପାରିନାହିଁ। ଯୁବକ ଜଣଙ୍କ ନାଁ ହେଉଛି ସାତ୍ତ୍ଵିକ ଏବଂ ଘର ବିଶାଖାପାଟଣାରେ। ସେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ କନାକୁଣ୍ଡ ବୁଲିବାକୁ ଆସିଥିବାବେଳେ ଏହି ଘଟଣା ଘଟିଛି। ପୂର୍ବରୁ ଏହି ସ୍ଥାନରେ ବୁଡ଼ି ୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ୧୮ ଘଣ୍ଟା ପରେ ନିଖୋଜ ଯୁବକଙ୍କ ପତ୍ତା ମିଳୁନଥିବାରୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Leave A Reply

Your email address will not be published.