ସିବିଏସ୍ଇର କଡ଼ା ନିୟମ, ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ମନା
ଓଏଲ୍ ବ୍ୟୁରୋ: ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନୈରାଶ୍ୟଜନକ ହେଉଥିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ। ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରୀଛାତ୍ର ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ୨୦୨୫ ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଶ୍ରେଣୀଗୃହରେ ଉପସ୍ଥାନ ୭୫ ପ୍ରତିଶତରୁ କମ୍ ଥିଲେ ସଂପୃକ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ତେବେ ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରୀ ପରିସ୍ଥିତି ନେଇ ୨୫ ପ୍ରତିଶତ ଉପସ୍ଥାନକୁ ଛାଡ କରାଯାଇ ପାରିବ ବୋଲି ଏହି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି।