Odisha Link
Bridging the Missing Links in Odisha

ବିଧିବଦ୍ଧ ବିଜ୍ଞପ୍ତି ଜାରି: ବୈଧ ନୁହେଁ ନୋଟାରୀ ବିବାହ ଓ ବିବାହ ବିଚ୍ଛେଦ ଦଲିଲ

ଓଏଲ୍‌ ବ୍ୟୁରୋ: ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ସମାଜର ଗଠନକୁ ଦୃଢ କରିଥାଏ। ଏହା ପରିବାର ମଧ୍ୟରେ ସହଯୋଗ ଏବଂ ସମର୍ଥନ ଭାବନାକୁ ପ୍ରୋତ୍ସାହିତ କରେ। ତେବେ ବିବାହ ଓ ବିଚ୍ଛେଦ ହେବା କିଛି ନୂଆ କଥା ନୁହେଁ । କିନ୍ତୁ ସମାଜ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିଥାଏ। ତେବେ ବିବାହ ଓ ବିଚ୍ଛେଦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ନୋଟାରୀଙ୍କ ଦ୍ୱାରା ପ୍ରସ୍ତୁତ ବିବାହ କିମ୍ବା ବିବାହ ବିଚ୍ଛେଦ ଦଲିଲ ବୈଧ ନୁହେଁ। ଏହା ବେଆଇନ୍ ଭାବେ ବିବେଚିତ ହେବ। ତେଣୁ ନୋଟାରୀମାନେ ଏପରି କାର୍ଯ୍ୟରୁ ବିରତ ରହିବା ଆବଶ୍ୟକ ବୋଲି ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନୋଟାରୀ ମାନେ ବିବାହ ଅଧିକାରୀ ଭାବେ ନିଯୁକ୍ତ ହୋଇନଥାନ୍ତି।

ନୋଟାରୀ ଆକ୍ଟ-୧୯୫୨ ଅବା ନୋଟାରୀଜ୍ ରୁଲ୍‌-୧୯୫୬ ଅନୁସାରେ ସେମାନେ ବିବାହ କିମ୍ବା ବିବାହ ବିଛେଦ ସମ୍ପର୍କିତ ଦଲିଲ୍ ପ୍ରସ୍ତୁତ କରିପାରିବେ ନାହିଁ। ଏପରିସ୍ଥଳେ ନୋଟାରୀମାନେ ଏହି କାର୍ଯ୍ୟ ସମ୍ପାଦନ କଲେ ତାହା ଅବୈଧ ଘୋଷିତ ହେବ ଏବଂ ସମ୍ପୃକ୍ତ ନୋଟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave A Reply

Your email address will not be published.