Odisha Link
Bridging the Missing Links in Odisha

୨ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଓଏଲ୍‌ ବ୍ୟୁରୋ: ଇବ ନଦୀରେ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ। ରବିବାର ପରିବାର ସହ ବୁଲିବାକୁ ଆସି ବୁଡ଼ିଯାଇଥିଲେ।ସୁନ୍ଦରଗଡ଼ ଘୋଘର ନିକଟ ଇବ ନଦୀରେ ବୁଡ଼ିଯାଇ ନିଖୋଜ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଅନ୍ତର୍ଗତ ବାଲିଶଙ୍କରା ଘୋଘର ନିକଟରେ ରବିବାର ଏହି ଅଘଟଣ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ୨ ଦିନ ପରେ ମିଳିଛି। ଯୁବକ ଜଣଙ୍କ ନାଁ ହେଉଛି ସାତ୍ତ୍ଵିକ ଏବଂ ଘର ବିଶାଖାପାଟଣାରେ। ସେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ କନାକୁଣ୍ଡ ବୁଲିବାକୁ ଆସିଥିବାବେଳେ ଏହି ଘଟଣା ଘଟିଛି। ପୂର୍ବରୁ ଏହି ସ୍ଥାନରେ ବୁଡ଼ି ୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.