Odisha Link
Bridging the Missing Links in Odisha

ଚାଷୀଙ୍କୁ ଦୀପାବଳୀ ଭେଟି, ୬ଟି ଫସଲର ଏମ୍‌ଏସ୍‌ପି ବଢ଼ାଇଲେ କେନ୍ଦ୍ର ସରକାର

ଓଏଲ୍‌ ବ୍ୟୁରୋ: ଚାଷୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି ମୋଦି ସରକାର। ସରକାର ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିଛନ୍ତି। ସୋରିଷ କୁଇଣ୍ଟାଲ ପିଛା ୩୦୦ ବଢ଼ି ୫୯୫୦ ଟଙ୍କା ହୋଇଛି। ବାର୍ଲି କୁଇଣ୍ଟାଲ ପିଛା ୧୩୦ ବଢ଼ି ୧୯୮୦ ଟଙ୍କା ହୋଇଛି। ବୁଟ ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୧୦ ବଢ଼ି ୫୬୫୦ ଟଙ୍କା କରାଯାଇଛି। ଗହମର ଏମ୍‌ଏସ୍‌ପି ୧୫୦ ଟଙ୍କା ବଢ଼ି ୨୪୨୫, ମସୁର ଡାଲିର ଏମ୍‌ଏସ୍‌ପି ୨୭୫ ବଢ଼ି ୬୭୦୦ ଟଙ୍କା ହୋଇଛି।

Leave A Reply

Your email address will not be published.