Odisha Link
Bridging the Missing Links in Odisha

ଅପରାଧମୁକ୍ତ ଅଞ୍ଚଳ ଲକ୍ଷ୍ୟ, ସିସିଟିଭି ନଜରରେ ରହିବ ପୁରୀ ସହର

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ଅପରାଧମୁକ୍ତ ଅଞ୍ଚଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସାହି ଗଳିକନ୍ଦିରେ ସିସିଟିଭି ଲାଗିବ। ସହରରେ ସିସିଟିଭି ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ସୂଚନା ଦେଇଛନ୍ତି। ୬୦୦ରୁ ଅଧିକ ହାଇ କାପାସିଟ୍ ସିସିଟିଭି ସର୍ଭେଲାନ୍ସରେ ପୁରୀ ସହର ରହିବ। କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍ ସହିତ ସମସ୍ତ ସିସିଟିଭି ଯୋଡ଼ି ହେବ। ବିଭିନ୍ନ ବାତ୍ୟାରେ ଅଚଳ ହୋଇଥିବା ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହେବ। ଓବିସିସି ମାଧ୍ୟମରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅପରାଧମୁକ୍ତ, ଟ୍ରାଫିକ ସୁପରିଚାଳନା ପାଇଁ ସିସିଟିଭି ବ୍ୟବହାର ହେବ।

Leave A Reply

Your email address will not be published.