Odisha Link
Bridging the Missing Links in Odisha

ଆଜି ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ, ଉତ୍ସବମୁଖର ବିଭିନ୍ନ ପୂଜା ମଣ୍ଡପ

ଓଏଲ୍‌ ବ୍ୟୁରୋ: ଆଜି ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ। ମାଆ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ଚଳଚଞ୍ଚଳ ପୁରଠୁ ପଲ୍ଲୀ। ବେଦମନ୍ତ୍ର ଉଚ୍ଚାରଣରେ କମ୍ପିଲାଣି ପରିବେଶ। ମା’ ଗଜଲକ୍ଷ୍ମୀଙ୍କ ଆବାହନକୁ ନେଇ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ। ବିଶେଷ କରି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇଉଠିଛି। ରଙ୍ଗୀନ ତୋରଣ ସହ ମାଙ୍କ ସୁନ୍ଦର ମୂର୍ତ୍ତି କାର୍ଯ୍ୟ ଶେଷ ହୋଇଛି। ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜା ପାଇଁ ହୋଇଛି ସ୍ବତନ୍ତ୍ର ଓ ଭବ୍ୟ ଆୟୋଜନ କରାଯାଇଛି।

ଅନ୍ୟପଟେ, ଆଜି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। କୁମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି। ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି।

ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି। ଠିକ ସେହିପରି ଆଜିି ଠାରୁ ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି।

Leave A Reply

Your email address will not be published.