Odisha Link
Bridging the Missing Links in Odisha

ଗଞ୍ଜାମ ବିଜେଡିରେ କଳି, ର‍ଞ୍ଜିତା ସାହୁଙ୍କୁ ଟାର୍ଗେଟ କଲେ ଲତିକା

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ। ଏଥିପାଇଁ ଦଳ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏସବୁ ମଧ୍ୟରେ ଗଞ୍ଜାମ ବିଜେଡି କଳି ପଦାରେ ପଡ଼ିଛି। ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।

କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଦଳରେ ବିଭୀଷଣ ଅଭିନୟ କରୁଛନ୍ତି। ରଞ୍ଜିତା ବିଭୀଷଣ ସାଜି ଦଳୀପ ପ୍ରାର୍ଥୀଙ୍କୁ ହରାଇଛନ୍ତି। ରଞ୍ଜିନା ବିଜେପି ସହ ହାତ ମିଳାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ବିଜେପି ସହିତ ମିଶି ମତେ ହରେଇବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି ଶ୍ରୀମତୀ ପ୍ରଧାନ।

ସେ ଆହୁରି କହିଛନ୍ତି ରଞ୍ଜିତା ସାହୁଙ୍କ ପାଇଁ ଆମ ହାତରୁ ଆସିକା ଆସନ ଚାଲିଗଲା। ବିଭୀଷଣ ସାହଜି ଦଳବିରୋଧୀ କାମ କରିଥିବା ପ୍ରମାଣ ରହିଛି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି ବୋଲି କହିଛନ୍ତି ଲତିତା ପ୍ରଧାନ।

Leave A Reply

Your email address will not be published.