Odisha Link
Bridging the Missing Links in Odisha

୭୯ ବର୍ଷରେ ପାଦ ଥାପିଲେ ନବୀନ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ। ୭୮ ବର୍ଷ ପୂର୍ତ୍ତି ହୋଇ ୭୯ ବର୍ଷରେ ପାଦ ଥାପିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ଯ୍ୟକ୍ରମ କରାଯାଉଛି। ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ଓ ବିକାଶ ଜାତୀୟସ୍ତରରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ପାଲଟିଛି।

Leave A Reply

Your email address will not be published.