Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଓଏଲ୍‌ ବ୍ୟୁରୋ: ପ୍ରାୟ ୭ ବର୍ଷ ୪ ମାସ ପରେ ଜମ୍ମୁ-କଶ୍ମୀରକୁ ମିିଳିଲେ ନୂଆ ମୁଖ୍ୟମନ୍ତ୍ରୀ। ଆଜି ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ଦିନ ସାଢେ ଏଗାରଟାରେ ଶପଥ ନେଇଛନ୍ତି ନବନିର୍ବାଚିତ ବିଧାୟକ ଓମାର ଅବଦୁଲ୍ଲା। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଓମାର ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଜମ୍ମୁ କଶ୍ମୀରର ଅଗ୍ରଗତି ନିମନ୍ତେ କେନ୍ଦ୍ର ସରକାର ସହଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଥାଉକି, ଜମ୍ମୁ କଶ୍ମୀରରେ ୧୦ ବର୍ଷ ତଳେ ଅର୍ଥାତ ୨୦୧୪ ମସିହାରେ ଶେଷ ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ଜମ୍ମୁ-କଶ୍ମୀରରେ ବିଜେପି-ପିଡିପିର ଗଠବନ୍ଧନ ସରକାର ହୋଇଥିଲା। ୨୦୧୮ ମସିହାରେ ବିଜେପି ଗଠବନ୍ଧନରୁ ଓହରି ଯାଇଥିଲା। ଯାହାଫଳରେ ଜମ୍ମୁ-କଶ୍ମୀର ସରକାର ଭାଙ୍ଗି ଯାଇଥିଲା ଏବଂ ମେହବୁବୁା ମୁଫତୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେବେଠୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଯେଉଁଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ନୂତନ ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ମିଳିତ ମେଣ୍ଟର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।

ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ନ୍ୟାସନାଲ କନଫରେନ୍ସକୁ ମଧ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିବା ଆରମ୍ଭ ହୋଇଛି। ଜମ୍ମୁର ଚମ୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିବା ସ୍ୱାଧୀନ ନେତା ସତୀଶ ଶର୍ମା ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଛନ୍ତି। ରବିବାର ଡୋଡାରେ ଏକ ରାଲିକୁ ସମ୍ବୋଧିତ କରି ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନରେ ଏନସିକୁ ପୂର୍ଣ୍ଣ ସମର୍ଥନ କରିବ।

Leave A Reply

Your email address will not be published.