ଗଞ୍ଜାମ ବିଜେଡିରେ କଳି: ଲତିକାଙ୍କ ଆରୋପକୁ ଖଣ୍ଡନ କଲେ ରଞ୍ଜିତା
ଓଏଲ୍ ବ୍ୟୁରୋ: ଆଜି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ। ଏଥିପାଇଁ ଦଳ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏସବୁ ମଧ୍ୟରେ ଗଞ୍ଜାମ ବିଜେଡି କଳି ପଦାରେ ପଡ଼ିଛି। ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ। ଯାହାକୁ ଖଣ୍ଡନ କରିଛନ୍ତି ରଂଜିତା ସାହୁ।
ଲତିକା ପ୍ରଧାନଙ୍କ ଆରୋପ ନେଇ ରଂଜିତା ସାହୁ କହିଛନ୍ତି, ସେଭଳି କିଛି ନାହିଁ, ଦଳ ଭିତର କଥା, ସୁପ୍ରିମୋଙ୍କୁ ଜଣାଇବୁ। ମୁଁ ବିଜେଡି ସଦସ୍ୟ, ବିଜେଡିର ପ୍ରାର୍ଥୀ ଥିଲି। ମିଥ୍ୟା ଆରୋପ ଠିକ୍ ନୁହେଁ। ଦଳ କିଭଳି ସୁଦୃଢ଼ ହେବ ଆମେ କାମ କରୁଛୁ ବୋଲି ରଂଜିତା ସାହୁ କହିଛନ୍ତି।
କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ କହିଥିଲେ, ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଦଳରେ ବିଭୀଷଣ ଅଭିନୟ କରୁଛନ୍ତି। ରଞ୍ଜିତା ବିଭୀଷଣ ସାଜି ଦଳୀପ ପ୍ରାର୍ଥୀଙ୍କୁ ହରାଇଛନ୍ତି। ରଞ୍ଜିନା ବିଜେପି ସହ ହାତ ମିଳାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ବିଜେପି ସହିତ ମିଶି ମତେ ହରେଇବାକୁ ଯୋଜନା କରିଥିଲେ ବୋଲି କହିଥିଲେ ଶ୍ରୀମତୀ ପ୍ରଧାନ।
ସେ ଆହୁରି କହିଛନ୍ତି, ରଞ୍ଜିତା ସାହୁଙ୍କ ପାଇଁ ଆମ ହାତରୁ ଆସିକା ଆସନ ଚାଲିଗଲା। ବିଭୀଷଣ ସାହଜି ଦଳବିରୋଧୀ କାମ କରିଥିବା ପ୍ରମାଣ ରହିଛି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି ବୋଲି ଲତିକା ପ୍ରଧାନ କହିଥିଲେ।