Odisha Link
Bridging the Missing Links in Odisha

ବେଙ୍ଗାଲୁରୁ ଟେଷ୍ଟ: ୪୬ ରନ୍‌ରେ ଟିମ୍‌ ଇଣ୍ଡିଆ ଅଲ୍‌ ଆଉଟ୍, ଖାତା ଖୋଲି ପାରିଲେନି ୫ ଖେଳାଳି

ଓଏଲ୍‌ ବ୍ୟୁରୋ: ସଙ୍କଟରେ ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଫପ୍ଲ ହେଲା ଟିମ୍‌ ଇଣ୍ଡିଆ ବ୍ୟାଟିଂ ଲାଇନ୍‌ ଅପ୍। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ସହଜରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ବେଙ୍ଗାଲୁରୁରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସଙ୍କଟରେ ପଡ଼ିଛି। ବର୍ଷା ବାଧାପ୍ରାପ୍ତ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ସମସ୍ତ ଓ୍ବିକେଟ ହରାଇଛି। ନ୍ୟୁଜିଲାଣ୍ଡ ଦଳର ପେସ୍‌ ବାହିନୀ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅପ୍‌କୁ ପୁରା ଧ୍ବଂସ କରିବାରେ ସଫଳ ହୋଇଥିଲା।

ଭାରତୀୟ ଦଳ ପକ୍ଷରୁ ମାତ୍ର ୨ ଜଣ ବ୍ୟାଟସମ୍ୟାନ୍‌ ୨ ଅଙ୍କ ଛୁଇଁବାରେ ସଫଳ ହୋଇଥିବା ବେଳେ ୫ ଜଣ ଖେଳାଳି ଖାାତା ଖୋଲିବାରେ ବିଫଳ ହୋଇଛନ୍ତି। ପାରିନାହାନ୍ତି। ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଜୟଶଓ୍ବାଲ ୧୩ ରନ୍‌ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନରିଙ୍କୁ ୫ ଓ୍ବିକେଟ ସଫଳତା ମିଳିଥିବା ବେଳେ ଓ୍ବିଲିୟମଙ୍କୁ ୪ ଓ୍ବିକେଟ ସଫଳତା ମିଳିଛି। ସେେହିପରି ଟିମ୍‌ ସାଉଦିଙ୍କୁ ଗୋଟିଏ ସଫଳତା ମିଳିଛି।

Leave A Reply

Your email address will not be published.