Odisha Link
Bridging the Missing Links in Odisha

ଆଜି ଭୁବନେଶ୍ୱରରେ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ

ଓଏଲ୍‌ ବ୍ୟୁରୋ: ଆଜି ଭୁବନେଶ୍ୱରରେ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ ରହିବ। ମୁଣ୍ଡୁଳିରୁ ଘାଟିକିଆ ଆସୁଥିବା ମୁଖ୍ୟ ପାଣି ପାଇପ୍‌‌ରେ ଜରୁରୀ ମରାମତି ପାଇଁ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଘାଟିକିଆ, ପୋଖରୀପୁଟ, ପଳାସପଲ୍ଲୀ, ଏରୋଡ୍ରମ୍‌ ଏରିଆ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ପ୍ରଭୃତି ଅଞ୍ଚଳରେ ଜଳ ଯୋଗାଣ ବ୍ୟାହତ ହେବ ବୋଲି ୱାଟ୍‌କୋ ସୂଚନା ଦେଇଛି। ଜନସାଧାରଣ ଯଥେଷ୍ଟ ପୂର୍ବରୁ ପାଣି ମହଜୁଦ ରଖିବା ପାଇଁ ୱାଟ୍‌କୋ ପକ୍ଷରୁ ନିବେଦନ କରାଯାଇଛି।

ମୁଣ୍ଡୁଳିରୁ ଘାଟିକିଆ ଆସୁଥିବା ମୁଖ୍ୟ ପାଣି ପାଇପ୍‌ରେ ଫାଟ ଥିବାରୁ ଜରୁରୀ ମରାମତି କରାଯାଉଛି। ମୁଖ୍ୟ ପାଇପ୍‌ଲାଇନ୍‌ ହୋଇଥିବାରୁ ସମସ୍ତ ଯୋଗାଣ ଲାଇନ୍‌ ବନ୍ଦ ରହିବ। ୩ ଦିନ ଧରି ମରାମତି ଚାଲିଛି। ଶୁକ୍ରବାର ଶେଷ ଦିନ। ରାତି ଦିନ କାମ ଚାଲିବ। ଶନିବାର ଅପରାହ୍ନ୨ଟା ସୁଦ୍ଧା ଜଳ ଯୋଗାଣ ନିଶ୍ଚିତ ହେବ। ଏହା ପୂର୍ବରୁ ହେବା ସମ୍ଭାବନା ବି ରହିଛି। ଏଣୁ ଉପଭୋକ୍ତା ସହଯୋଗ କରନ୍ତୁ ବୋଲି ୱାଟ୍‌କୋ ପକ୍ଷରୁ ନିବେଦନ କରାଯାଇଛି।

ଜଳ ଯୋଗାଣ ବନ୍ଦ ହେବାକୁ ଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ଘାଟିକିଆ ଅଧୀନରେ କଳିଙ୍ଗନଗର, ପାତ୍ରପଡ଼ା, ଭରତପୁର, ଶ୍ୟାମପୁର, ଘାଟିକିଆ, ଖଣ୍ଡଗିରି ବାରି, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନି, ସିଆର୍‌ପିଏଫ୍‌ ଅଞ୍ଚଳ, ଏକାମ୍ର ଭିଲ୍ଲା, ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍‌ସ୍‌ନଗର ଓ ଏମ୍‌ସ ହସ୍ପିଟାଲ୍‌, ପୋଖରୀପୁଟର ଯଦୁପୁର, ଡୁମୁଡୁମା ଗାଁ, ଡୁମୁଡୁମା ହାଉସିଂ ବୋର୍ଡ କଲୋନି, ଜାଗମରା, ଜଗମୋହନ ନଗର, ଧର୍ମବିହାର, ଗଣ୍ଡମୁଣ୍ଡା, ଭକ୍ତ ମଧୁ ନଗର, ଅନନ୍ତବିହାର, ଲିଙ୍ଗରାଜବିହାର, କାରର୍ଗିଲ ବସ୍ତି, କପିଳ ପ୍ରସାଦ ଗାଁ, କପିଳ ପ୍ରସାଦ ବିଡିଏ କଲୋନି, ସୁନ୍ଦରପଦା ରହିଛି।

ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ୍‌, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧି ବିହାର, ସୌଭାଗ୍ୟ ନଗର, ଶତାଦ୍ଦୀ ନଗର, ହାଇ ଲେଭେଲ୍‌ ଟ୍ୟାଙ୍କ ଅଞ୍ଚଳର ଏରୋଡ୍ରମ୍‌ ଏରିଆ, ଭୀମପୁର, ପଳାସପଲ୍ଲୀ, ଫରେଷ୍ଟପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍‌-୧ ରୁ ୟୁନିଟ୍‌ ୮, ନୂଆପଲ୍ଲୀ ଅଞ୍ଚଳର ଆଇଆର୍‌ସି ଭିଲେଜ, ଏନ୍‌-୧ରୁ ଏନ୍‌ ୬, ନୂଆପଲ୍ଲୀ ଗାଁ, କାବେରୀ ବସ୍ତି, ଗଡ଼ସାହି ବସ୍ତି, ନୀଳକଣ୍ଠ ନଗର, ବାଲିପଦା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳର ନୀଳାଦ୍ରିବିହାର, ସାଲିଆ ସାହି ଓ ମୈତ୍ରି ବିହାର ରହିଛି। ଏହି ସବୁ ଅଞ୍ଚଳ ପାଇଁ ଦିନକୁ ୧୫୦୦ ଲକ୍ଷ ଲିଟର ପାଣି ଆବଶ୍ୟକ ହୋଇଥାଏ।

Leave A Reply

Your email address will not be published.