Odisha Link
Bridging the Missing Links in Odisha

ଆୟୁଷ୍ମାନ ଭାରତ ଯୋଜନା: ସାଢ଼େ ୩ କୋଟି ଲୋକଙ୍କୁ ମିଳିବ କାର୍ଡ

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ବିଜେପି ସରକାର ଅନେକ ଥର ଦୃଢୋକ୍ତି ପ୍ରକାଶ କରିଛି। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ମୋହନ ସରକାର ଆମ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ଘୋଷଣା କରି ସାରିଛନ୍ତି।

ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ। ଉଭୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଆକଳନ ଅନୁସାରେ, ସାଢ଼େ ୩ କୋଟି ଲୋକଙ୍କୁ କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ବ ସୁବିଧା ପାଇବେ। ରାସନ କାର୍ଡ ପାଇଁ ଇ-କେୱାଇସି ଚାଲିଛି। ସରିବା ପରେ ସଂଖ୍ୟା ଜଣାପଡ଼ିବ। BSKY ଯୋଜନାରେ ୯୫୭ ହସ୍ପିଟାଲ୍‌ରେ ସୁବିଧା ମିଳୁଥିଲା। ଏଣିକି ୨୭ ହଜାରରୁ ଊର୍ଦ୍ଧ୍ବ ଅନୁବନ୍ଧିତ ହସ୍ପିଟାଲ୍‌ରେ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.