Odisha Link
Bridging the Missing Links in Odisha

“ଆୟୁଷ କମି କମି ଆସୁଛି”

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୩ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ପରାଜୟ କାରଣର ପୋଷ୍ଟମର୍ଟମ ରିପୋର୍ଟ ଏବେ ବିଜେଡି ପାଉନଥିବା ବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର।

ରାଜ୍ୟସଭା ସାଂସଦ ମମତା ମହନ୍ତ, ସୁଜିତ ସିଂ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ବିଜୁ ଜନତା ଦଳରେ ସବୁକିଛି ଠିକ୍‌ ଚାଲି ନାହିଁ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି। ଦିନ ପରେ ଦିନ ଗଡ଼ି ଚାଲିଛି ବିଜେଡିର ସାଙ୍ଗଠନିକ କନ୍ଦଳର ଖବର ବି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏସବୁ ମଧ୍ୟରେ ଆଜି ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ଖୁବଶୀଘ୍ର ବିଜୁ ଜନତା ଦଳ ଭାଙ୍ଗିଯିବ। ଯାହା ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଦେଇଛି।

ଜୟନାରାୟଣ ମିଶ୍ର କହିଛନ୍ତି, ବିଜୁ ଜନତା ଦଳର ଆୟୁଷ କମି କମି ଆସୁଛି। ବିଜେଡି ଭାଙ୍ଗିଯିବ। ବିଜେଡି ପାର୍ଟି ଆଉ ରହିବ ନାହିଁ। ଯାହାର ଝଲକ କିଛି ଦେଖି ସାରିଲେଣି ଓଡ଼ିଶାବାସୀ। ଧିରେ ଧିରେ ବିଜେଡିର ଷ୍ଟାର ନେତା ସବୁ ବିଜେପିରେ ମିଶିବେ। ସେମାନେ ସବୁ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ସେ ଆହୁରି କହିଛନ୍ତି, ରାଜ୍ୟ ରାଜନୀତି ପୁରୁଣା ସମୀକରଣକୁ ପୁଣିଥରେ ପଳେଇ ଆସିବ। କଂଗ୍ରେସ ଓ ନନ୍-କଂଗ୍ରେସ ସମୀକରଣ ପୁଣିଥରେ ରାଜ୍ୟରେ ଦେଖା ଦେବ। ନନ୍‌-କଂଗ୍ରେସର ନେତୃତ୍ବ ନେବ ବିଜେପି। ଆଉ ଜାତୀୟ ସ୍ତରରେ ବୁଡ଼ି ଯାଉଥିବା ଦଳର ମଙ୍ଗ ସେ ନିଜେ କଂଗ୍ରେସ ନେବ ବୋଲି କହିଛନ୍ତି ଶ୍ରୀ ମିଶ୍ର।

Leave A Reply

Your email address will not be published.