Odisha Link
Bridging the Missing Links in Odisha

OSSSC ପରୀକ୍ଷା ବିବାଦ: ଜାରି ହେଲା ବିଜ୍ଞପ୍ତି, ଖୁବ୍‌ଶୀଘ୍ର ସରକାର ନେବେ ବଡ଼ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏନେଇ ଗତକାଲି ସ୍ପଷ୍ଟୀକରଣ ରଖିଛି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ। ରାଜ୍ୟ ସରକାର ଏହି ବିଷୟକୁ ଅତି ଗୁରୁତ୍ୱ ଦେବା ସହ ବିଚାରକୁ ନେଇଛନ୍ତି ଏବଂ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ପରୀକ୍ଷା କରିବାପାଇଁ ପ୍ରତିବଦ୍ଧ ବୋଲି ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ସିଆର୍‌ଇ-୩ ଅନ୍ତର୍ଗତ ବିଭିନ୍ନ ପରୀକ୍ଷା ଯଥା ଏଲ୍‌ଆଇ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ସିଆର୍‌ଇ-୪ ଅନ୍ତର୍ଗତ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ୍‌, ସୁପରଭାଇଜର ଏବଂ ଏସ୍‌ଏଫଏସଏସ ସମ୍ୱନ୍ଧୀୟ ପରୀକ୍ଷାର ପବିତ୍ରତା ସହ ସାଲିସ ହୋଇଥିବା କିଛି ପରୀକ୍ଷାର୍ଥୀଙ୍କ ଠାରୁ ଅଭିଯୋଗ ପ୍ରାପ୍ତି ହୋଇଛି। ଏହା ଏହି ପଦବୀ ପାଇଁ ନିରପେକ୍ଷ ଏବଂ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି।

ରାଜ୍ୟ ସରକାର ଏହି ଅଭିଯୋଗ/ ଆରୋପ ଗୁଡ଼ିକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସସି)ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷା ଗୁଡିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନକୁ ତର୍ଜମା କରାଯାଉଛି। ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.