ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର, ରାଜ୍ୟରେ ବଢ଼ିବ ଇଏସ୍ଆଇ ହସ୍ପିଟାଲ ସଂଖ୍ୟା

ଓଏଲ୍ ବ୍ୟୁରୋ: ଆହୁରି ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର। ରାଜ୍ୟରେ ବଢ଼ିବ ଇଏସ୍ଆଇ ହସ୍ପିଟାଲ ସଂଖ୍ୟା। ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖୋଲିବ ଆହୁରି ୬ଟି ଇଏସ୍ଆଇ ହସ୍ପିଟାଲ। ବଢିବ ନିଯୁକ୍ତି ସୁଯୋଗ।୬ଟି ଇଏସ୍ଆଇ ହସ୍ପିଟାଲରେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଇଏସ୍ଆଇ ପଲିସି ଆପଣାଉନଥିବା କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଏନେଇ ରାଜ୍ୟ କର୍ମଚାରୀ ବୀମା ନିଗମର ବୋର୍ଡ ବୈଠକରେ ଆଲୋଚନା ହୋଇଥିବା ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି।