Odisha Link
Bridging the Missing Links in Odisha

ମୟୂରଭଞ୍ଜରେ ବିଜେପିର ସଦସ୍ୟତା ଅଭିଯାନ, ଯୋଗଦେଲେ ସୁନୀଲ ବଂସଲ

ଓଏଲ୍‌ ବ୍ୟୁରୋ: ବିଜେପିର ସଦସ୍ୟତା ଅଭିଯାନ ଜାରି ରହିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିବ। ଏହାସହିତ ଚଳିତମାସ ୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ବୈଠକ ବସି ଆଗାମୀ ଦିନର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଅବସରରେ ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ। ମୟୂରଭଞ୍ଜର ଯଶୀପୁରର ଗୁରୁଗୁଡ଼ିଆରେ ବିଜେପିର ସଦସ୍ୟତା ଅଭିଯାନ ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି। ଚଳିତମାସ ୧୬ ତାରିଖଠାରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହର ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ। ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.