Odisha Link
Bridging the Missing Links in Odisha

ସଦଗୁରୁଙ୍କୁ ସୁପ୍ରିମ୍ ଆଶ୍ବସ୍ତି, ଖାରଜ ହେଲା ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ସଦଗୁରୁ ଜଗଦୀଶ ବାସୁଦେବଙ୍କୁ ମିଳିଲା ଆଶ୍ବସ୍ତି। ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଫାଉଣ୍ଡେସନରେ ଦୁଇ ମହିଳା ଭକ୍ତ କୌଣସି ଚାପ ବିନା ସ୍ବେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି ବୋଲି କହିବା ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରିଛନ୍ତି।

ଦୁଇ ମହିଳା ଭକ୍ତଙ୍କ ପିତାମାତାଙ୍କ ପକ୍ଷରୁ ସଦଗୁରୁଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା। ଏହି ମାମଲାର ଶୁଣାଣି କରି ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ଦୁଇ ମହିଳାଙ୍କର ବୟସ ଯଥାକ୍ରମେ ୨୪ ଓ ୨୭ ବର୍ଷ। ସେମାନେ ଫାଉଣ୍ଡେସନରେ ସ୍ବେଚ୍ଛାକୃତ ଭାବେ ଯୋଗଦେଇଥିଲେ।

ସଦଗୁରୁଙ୍କ ଦ୍ବାରା ପରିଚାଳିତ କୋଏମ୍ବାଟୁରସ୍ଥିତ ଇଶା ଫାଉଣ୍ଡେସନ ବିରୋଧରେ ଆସିଥିବା ଅଭିଯୋଗ ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ପୂର୍ବରୁ ସଦଗୁରୁଙ୍କ ଦ୍ବାରା ପରିଚାଳିତ ଇଶା ଫାଉଣ୍ଡେସନ ବିରୋଧରେ ପୁଲିସ ତଦନ୍ତ ଲାଗି ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।

ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ପ୍ରଫେସର ଏସ କାମରାଜ ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଝିଅ ଲତା ଏବଂ ଗୀତାଙ୍କୁ ବିଭିନ୍ନ ପ୍ରକାର କଥାରେ ଭୁଲାଇ ସେମାନଙ୍କୁ ସଦଗୁରୁ ଜାଗି ବାସୁଦେବଙ୍କ କୋଏମ୍ବାଟୁର ଆଶ୍ରମରେ ବନ୍ଧକ ରଖାଯାଇଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ତାମିଲନାଡୁ ପୁଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରଦିନ ଅକ୍ଟୋବର ୧ରେ ୧୫୦ରୁ ଅଧିକ ପୁଲିସ ଆଶ୍ରମ ନିକଟରେ ପହଞ୍ଚି ଖାନତଲାସୀ ଆରମ୍ଭ କରିଥିଲେ। ଏହାକୁ ନେଇ ସଦଗୁରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଅକ୍ଟୋବର ୩ରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ।

Leave A Reply

Your email address will not be published.