Odisha Link
Bridging the Missing Links in Odisha

ପ୍ରତିମାସରେ ବେରୋଜଗାରୀଙ୍କୁ ମିଳିବ ୩୫ଶହ ଟଙ୍କା, ଆପଣଙ୍କ ପାଖକୁ ଆସିଛି କି ଏଭଳି ମେସେଜ ?

ଓଏଲ୍‌ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ପ୍ରାୟ ଯୁବପୀଢ଼ିଙ୍କ ହାତରେ ସ୍ମାର୍ଟ ଫୋନ୍‌ ଥିବ ନିଶ୍ଚୟ। ଅନ୍ୟପଟେ ବେରୋଜଗାରୀ ହାର ମଧ୍ୟ ବିଶ୍ବରେ ବଢ଼ି ଚାଲିଛି। ଏସବୁ ମଧ୍ୟରେ ଭାରତରେ ମଧ୍ୟ ବେରୋଜଗାରୀ ହାର ଉପରମୁହାଁ ରହିଛି। ସରକାରୀ ହେଉ ବା ବେସରକାରୀ ଚାକିରି ଖଣ୍ଡିଏ ପାଇଁ ପ୍ରତିଯୋଗିତା ଲାଗି ରହିଛି। ଏହାର ଫାଇଦା କିଛି ଅସାଧୁ ବ୍ୟକ୍ତି ଉଠେଇବାରେ ଲାଗିଛନ୍ତି। ଏବେ ସାରା ଦେଶରେ ଗୋଟିଏ ମେସେଜ ପ୍ରତିଟି ମୋବାଇଲରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ମେସେଜରେ ଉଲ୍ଲେଖ ରହିଛ ଯେ କେନ୍ଦ୍ର ସରକାର ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ଯାଉଛନ୍ତି। ପ୍ରତି ମାସରେ ବେରୋଜଗାର ଥିବା ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଲେଖାଏଁ ମିଳିବ। ଏହି ଯୋଜନାର ଶୁଭାରମ୍ଭ ହୋଇ ସାରିଛି ବୋଲି ମେସେଜରେ ଉଲ୍ଲେଖ ରହିଛି। ବାସ୍ତବରେ ଏହି ଖବର ମିଛ ବୋଲି ଜଣାପଡ଼ିଛି।

ପିଆଇବି ଫ୍ୟାକ୍ଟ ଚେକ୍‌ ଅନୁସାରେ ଭାଇରାଲ ମେସେଜରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ବେରୋଜଗାର ଭତ୍ତା ଯୋଜନା। ବେରୋଜଗାର ଯୁବବର୍ଗଙ୍କୁ ପ୍ରତିମାସ ୩୫୦୦ ଟଙ୍କା ଦେବେ ସରକାର। ଏହି ଭାଇରାଲ ପୋଷ୍ଟ ସହିତ ଏକ ଲିଙ୍କ ମଧ୍ୟ ସେୟାର କରାଯାଇଛି। ଆଉ ସେହି ଲିଙ୍କରେ ପଞ୍ଜୀକରଣ କରିବା ପାଇଁ ଉଲ୍ଲେଖ ରହିଛି ମେସେଜରେ।

ମେସେଜରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ବେରୋଜଗାର ଭତ୍ତା ଯୋଜନା ୨୦୨୨ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇ ସାରିଛି। ଏହି ଯୋଜନାରେ ସାମିଲ ହେବାକୁ ଥିବା ଯୁବ ବର୍ଗଙ୍କୁ ପ୍ରତିମାସ ୩୫୦୦ ଟଙ୍କା ଦିଆଯିବ। ତଳେ ଥିବା ଲିଙ୍କକୁ କ୍ଲିକ୍‌ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ ରହିଛି।

Leave A Reply

Your email address will not be published.