Odisha Link
Bridging the Missing Links in Odisha

ହମାସ ମୁଖ୍ୟଙ୍କୁ ହତ୍ୟା କଲା ଇସ୍ରାଏଲ, ପ୍ରଧାନମନ୍ତ୍ରୀ ଯୁଦ୍ଧକୁ ନେଇ ଦେଲେ ବଡ଼ ସୂଚନା

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଉପରେ ଅକ୍ଟୋବର ୭, ୨୦୨୩ ମସିହାରା ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ହମାସ ମୁଖ୍ୟ ୟାହା ସିନଓ୍ବାରଙ୍କ ହତ୍ୟା। ସ୍ରାଏଲର ସାମରିକ ବାହିନୀର ମୁଖପାତ୍ର କହିଛନ୍ତି ଯେ ଗୁରୁବାର ଦିନ ଏକ ଅପରେସନରେ ସିନୱାରଙ୍କୁ ହତ୍ୟା କରାଯାଇଛି। ଇସ୍ରାଏଲ୍ ସେନାଠୁ ରକ୍ଷା ପାଇବାକୁ ଏକ ବିଲ୍ଡିଂରେ ଲୁଚି ରହିଥିଲା ସିନୱାର। ତେବେ ଇସ୍ରାଏଲ୍‌ ଫୋର୍ସ ଏହି ବିଲ୍ଡିଂକୁ ଯେତେବେଳେ ଧ୍ୱଂସ କରିଦେଇଥିଲା ସେତେବେଳେ ୟାହ୍ୟା ସିନୱାରଙ୍କ ମୃତ୍ୟୁ ହୋଇଥିଲା ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ବୈଦେଶିକ ମନ୍ତ୍ରୀ ଇଜରାଏଲ କାଟଜ ଗୁରୁବାର ରାତି ସିନଓ୍ବାରର ମୃତ୍ୟ ନେଇ ସ୍ପଷ୍ଟୀକରଣ ରଖିଥିଲେ। ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେ ହିସାବ ବରାବର କରିଲୁ।, ହେଲେ ଏବେ ବି ଯୁଦ୍ଧ ଜାରି ରହିଛି।

ସୂଚନାଥାଉକି, ବୁଧବାର ଦିନ ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିଲା ଏହି ଅପରେସନ୍। ଯେତେବେଳେ ଇସ୍ରାଏଲର ୪୫୦ତମ ବାଟାଲିଅନର ଜଣେ ସୈନିକ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ କୋଠା ଭିତରକୁ ଯାଇ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲେ। ଏହି ଖବର ସେ ତାଙ୍କ ସେନାଧ୍ୟକ୍ଷଙ୍କୁ ଜଣାଇଥିଲେ। ଯାହା ପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରାହ୍ନ ୩ଟାରେ ଆଇଡିଏଫ୍ ଡ୍ରୋନ୍ ମାଧ୍ୟମରେ ଦେଖିଲେ ଯେ ତିନି ଜଣ ଲୋକ ଗୋଟିଏ ଘରୁ ଅନ୍ୟ ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ତୃତୀୟ ବ୍ୟକ୍ତି ପଛରେ ଥିବାବେଳେ ଦୁଇଜଣ ବ୍ୟକ୍ତି କମ୍ବଳରେ ଘୋଡ଼ି ହୋଇ ଆଗକୁ ଯାଉଥିଲେ।

ସେତେବେଳେ ଇସ୍ରାଏଲ୍ ସୈନିକମାନେ ଜାଣି ନ ଥିଲେ ଯେ ସେମାନେ ସିନୱାରକୁ ଘେରି ରହିଥିଲେ। ଏହି ସମୟରେ ସିନୱାର ବିଲ୍ଡିଂର ଦ୍ୱିତୀୟ ମହଲାକୁ ଯାଇଥିଲେ। ଆଇଡିଏଫ୍ ଟ୍ୟାଙ୍କ ସାହାଯ୍ୟରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଆଉ ସିନଓ୍ବାରର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.