Odisha Link
Bridging the Missing Links in Odisha

ଖଲ୍ଲିକୋଟ: ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହାପୂର୍ବରୁ ଗଞ୍ଜାମର ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି ଅଘଟଣ। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍‌ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।

ଖଲ୍ଲିକୋଟ ଥାନା ଅଞ୍ଚଳର ମାଣିକପୁର ଗ୍ରାମର ୧୦ମ ଶ୍ରେଣୀର ୫ ଜଣ ଛାତ୍ର ନୂଆସାହିରେ ଏକ ଟିଣ ଘରେ ବାଣ ତିଆରି କରୁଥିଲେ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୬ ଜଣ ଦଶମ ଶ୍ରେଣୀ ଛାତ୍ର ସେହି ଘର ଭିତରେ ବାଣ ଭିଡୁଥିଲେ। ଅସାବଧାନତା ଯୋଗୁ ବାଣ ଗୁଡିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଆଜବେଷ୍ଟସ୍‌ ଉଡି ଯାଇଥିଲା। ୩ ପାର୍ଶ୍ୱର କାନ୍ଥ ଭାଙ୍ଗି ଯାଇଥିଲା।

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ଟିମ୍‌ ଓ ପୁଲିସ ଗୁରୁତର ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.