Odisha Link
Bridging the Missing Links in Odisha

ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ: ରବି ନାଏକ

ଓଏଲ୍‌ ବ୍ୟୁରୋ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ। ଖୁବଶୀଘ୍ର ବଳଦିବ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ନାମ। ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ। ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।

ମନ୍ତ୍ରୀ କହିଛନ୍ତି, ଯୋଜନାର ନାମ ପରିବର୍ତ୍ତନ ନେଇ ରାଜ୍ୟ ସରକାର ୨ ଦିନ ଭିତରେ ଗାଇଡଲାଇନ୍‌ ଆଣୁଛନ୍ତି । ଏହାପରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତ ପ୍ରତିନିଧିମାନଙ୍କୁ କ୍ଷମତା ଦିଆଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ଗ୍ରାମର ବିକାଶ କରାଯିବ ବୋଲି ସେ କହିଛନ୍ତି।

ତେବେ ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ, ଅନ୍ୟ ସବୁ ଅଞ୍ଚଳରେ ଗ୍ରାମସଭା ଏବଂ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ। ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡଲାଇନ ଆସୁଛି। ଆମ ଓଡ଼ିଶା ନବୀନ ଓଡ଼ିଶାରେ ପଞ୍ଚାୟତ ପ୍ରତିନିଧି ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ, କୋଭିଡ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଲେ, ହେଲେ ପରେ କ୍ଷମତା ହଟାଇ ଦେଲେ, କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ଆଉ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଶକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.