Odisha Link
Bridging the Missing Links in Odisha

ଦିନକରେ ୨୦ ବିମାନକୁ ବୋମା ଧମକ, DGCAରେ ଆତଙ୍କ

ଓଏଲ୍‌ ବ୍ୟୁରୋ: ବିମାନକୁ ବୋମା ଧମକ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷକରି ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିବା ବିମାନ ଗୁଡ଼ିକୁ ମିଳୁଛି ଧମକ। ଆଜି ଦିନରେ ଏକାଥରେ ୨୦ଟି ଭିନ୍ନ ଭିନ୍ନ ବିମାନରେ ବୋମା ଥିବା ଧମକ ମିଳିଛି। ଫଳରେ ବିମାନ ଚଳାଚଳ ସେକ୍ଟରରେ ଆତଙ୍କ ଖେଳି ଯାଇଛି। ସମସ୍ତ ବିମାନୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି।

ଯେଉଁ ୨୦ଟି ବିମାନକୁ ବୋମା ଧମକ ମିଳିଛି ସେଥିମଧ୍ୟରୁ ୫ଟି ଇଣ୍ଡିଗୋର ହୋଇଥିବା ବେଳେ ଆଉ ୫ଟି ଆକାଶ ଏୟାରଲାଇନ୍ସର ଥିବା ଜଣାପଡିଛି। ସମସ୍ତ ବିମାନକୁ ଜରୁରୀ ଅବତରଣ କରାଯାଇଛି। ସମସ୍ତ ବିମାନର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧା ବିମାନକୁ ବୋମାରେ ଉଡାଇଦେବା ନେଇ ୭ଟି ଧମକପୂର୍ଣ୍ଣ କଲ୍‌ ଆସିସାରିଥିବା ସୂଚନା ରହିଛି।

ସବୁଠୁ ବଡ଼କଥା ହେଲା ସପ୍ତାହକ ମଧ୍ୟରେ ୭୦ରୁ ଅଧିକ ବିମାନକୁ ବୋମାରେ ଉଡାଇ ଦେବାକୁ ନେଇ ଧମକ ମିଳିସାରିଲାଣି। ଆଜି ସକାଳେ ଏୟାର ଇଣ୍ଡିଆ ଓ ବିସ୍ତାରା ଏୟାରଲାଇନ୍ସକୁ ମଧ୍ୟ ବୋମା ଧମକ ମିଳିଥିଲା। ଫଳରେ ଏହି ଦୁଇଟି ବିମାନର ଗତିକୁ ଡାଇଭର୍ଟ କରି ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ପଛରେ ଏହା ଫେକ୍ କଲ୍ ବୋଲି ଜଣାପଡିଥିଲା।

ଅପରପକ୍ଷେ ଡିଜିସିଏ ସମସ୍ତ ଧମକପୂର୍ଣ୍ଣ କଲ୍‌ ଉପରେ ନଜର ରଖିଛି। ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ଅପରାଧୀଙ୍କୁ ‘ନୋ-ଫ୍ଲାଏ’ ତାଲିକାରେ ରଖିବା ସହିତ କଡା ନିୟମ ଲାଗୁ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା କରୁଛି।

Leave A Reply

Your email address will not be published.