Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପନ୍ତିବଡ଼ୁ ସେବକ ନିଲମ୍ବିତ, ଗତକାଲି ବରିଷ୍ଠ ସେବାୟତଙ୍କୁ କରିଥିଲେ ଆକ୍ରମଣ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ଶ୍ରୀମନ୍ଦିର ପ୍ରଶାସନ। ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଏହାସହିତ ତାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ଚନ୍ଦନ ସାମନ୍ତରାଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି।

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରିକ୍ରମା ମାର୍ଗରେ ଶୁକ୍ରବାର ସନ୍ଧ୍ୟାରେ ବରିଷ୍ଠ ସୁପର୍‌ଭାଇଜର୍‌ ହରଚଣ୍ଡୀ ସାହିର ବକ୍ସି ରାମଚନ୍ଦ୍ର ପ୍ରତିହାରୀ(୫୮)ଙ୍କୁ ଜଣେ ରାବିଡ଼ି ଦୋକାନ କର୍ମଚାରୀ ହାଣିଦେଇଥିଲେ। ପ୍ରତିହାରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.