Odisha Link
Bridging the Missing Links in Odisha

ବାତ୍ୟା ପାଇଁ ପ୍ରସ୍ତୁତି, ସିଏମ୍‌ସି ଅଧିକାରୀଙ୍କ ଛୁଟି ବାତିଲ

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ଦାନା’ ରଖାଯାଇଛି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର।

ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଉଛି। ନିଜ ନିଜ ଦାୟିତ୍ବକୁ ସୁଚାରରୂପେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କୁଲ ଛୁଟି ପ୍ରସଙ୍ଗରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲ୍ଲାପାଳ ମାନେ ଛୁଟି ଘୋଷଣା କରି ପାରିବେ। ଜିଲ୍ଲାପାଳଙ୍କ ପାଖରେ ସେହି କ୍ଷମତା ରହିଛି।

ଏହା ପରେ ସିଏମସି ମୁଖ୍ୟାଳୟ ନଛାଡ଼ିବାକୁ ଅଧିକାରୀଙ୍କୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଜିରୋ କାଜୁଆଲଟି ଉପରେ ସିଏମସି ଫୋକସ କରିଛି। ଜଳ ନିଷ୍କାସନ ପାଇଁ ୨୮୩ ମିଟର ପମ୍ପ ପ୍ରସ୍ତୁତ ରହିଛି। ବାତ୍ୟା ପାଇଁ ୮୧ଟି ଥଇଥାନ କେନ୍ଦ୍ର ପ୍ରସ୍ତୁତ ଅଛି। ୭୨ଟି ସ୍କୁଲ ଓ ୯ଟି କମ୍ୟୁନିଟି ସେଣ୍ଟର ପ୍ରସ୍ତୁତ ରହିଛି। ୭୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଇଛି। ୱାର୍ଡ ଓ ନୋଡାଲ ଅଫିସରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.