Odisha Link
Bridging the Missing Links in Odisha

ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୁଲିସ ଡିଜି

ଓଏଲ୍‌ ବ୍ୟୁରୋ: ୬୫ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଦେଶମାତୃକା ପ୍ରତି ତ୍ୟାଗ ଓ ବଳିଦାନ କରିଥିବା ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପୁଲିସ ଡିଜି। ଦେଶରେ ଆତଙ୍କବାଦ, ନକ୍ସଲବାଦ ଓ ଦେଶଦ୍ରୋହ ପରି ଗୁରୁତର ସମସ୍ୟାର ଉଚିତ ମୁକାବିଲା କରିବାକୁ ଯବାନମାନେ କିପରି ଦାୟିତ୍ୱବୋଧ ଭାବେ ନିଜ ଗୁରୁଦାୟିତ୍ୱକୁ ସମ୍ପାଦନ କରି ଆସୁଥିବା ନେଇ ପୁଲିସ ଡିଜି ଭୂୟସୀ ପ୍ରଶଂସା କରିଥିଲେ। ଯେଉଁ ପୁଲିସ କର୍ମଚାରୀମାନେ ଦେଶମାତୃକା ପାଇଁ ପ୍ରାଣ ଦେଇଛନ୍ତି ତାଙ୍କର ନିଷ୍ଠା, ତ୍ୟାଗ ଓ ବଳିଦାନ ଅନ୍ୟ କର୍ମଚାରୀଙ୍କ ପ୍ରତି ସର୍ବଦା ଦିଗ୍‌‌ଦର୍ଶନ ଭାବେ ପ୍ରେରଣା ଯୋଗାଇବ ବୋଲି ପୁଲିସ ଡିଜି କହିଥିଲେ। ପୁଲିସ କର୍ମଚାରୀମାନେ ସମାଜ ବିରୋଧି, ଆତଙ୍କବାଦୀ ଓ ଦୁର୍ଦ୍ଦାନ୍ତ ଅପରାଧିଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପ୍ରତି ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିବାରୁ ଭାରତୀୟ ଆରକ୍ଷୀ ବାହିନୀ ମଧ୍ୟରେ ଓଡ଼ିଶା ଆରକ୍ଷୀର ଗୌରବ ଯଥେଷ୍ଟ ଊର୍ଦ୍ଧ୍ବରେ ରହିଛି ବୋଲି ସେ କହିଥିଲେ।

Leave A Reply

Your email address will not be published.